ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନିଷ୍ପତି, ଜାରି ହେଲା ବିଜ୍ଞପ୍ତି
ଓଏଲ୍ ବ୍ୟୁରୋ: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ନେଇ ବିଜ୍ଞପ୍ତି ଦେଇଥିଲେ। ହେଲେ ଆଜି ଏହା ପରିବର୍ତ୍ତନ କରାଯାଇଛି। ଛୁଟିରେ ଯାଇପାରିବେ ସରକାରୀ କର୍ମଚାରୀ। ଆବଶ୍ୟକ ପଡ଼ିଲେ ତତ୍କାଳ କାର୍ଯ୍ୟରେ ଯୋଗ ଦେବେ। ଛୁଟିରେ ଥିବାବେଳେ ଫୋନ୍ ନମ୍ବର ଆକ୍ଟିଭ ରଖିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ନିର୍ଦେଶନାମା ଜାରି ହୋଇଛି।
ସୂଚନା ଅନୁସାରେ, ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହା ସହ ସରକାରୀ ଅଧିକାରୀ ମାନଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ ବୋଲି କୁହାଯାଇଥିଲା। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଥିଲେ। ଶପଥଗ୍ରହଣ ପରେ ସରକାରୀ ସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା।