ସୁଭଦ୍ରା ଯୋଜନା କ’ଣ? ଯାହାକୁ ସରକାର ଦେଲେ ସବୁଜ ସଙ୍କେତ, କେମିତି ପାଇବେ ୫୦ ହଜାର ଜାଣନ୍ତୁ

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇ ସାରିଛଇ ମୋହନ ସରକାର। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ହେଉଛି ବଡ ଘୋଷଣା। ନିର୍ବାଚନ ପ୍ରଚାର ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି କୁହାଯାଇଛି।
ତେବେ ଏହି ଯୋଜନା କଣ ଏବଂ ମହିଳାମାନେ କିଭଳି ୫୦ହଜାର ପାଇବେ ଓ କାର୍ଯ୍ୟକାରୀ କରିବେ ଚାଲନ୍ତୁ ଜାଣିବା।
ଭାରତୀୟ ଜନତା ପାର୍ଟି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ଲାଗୁ କରାଯିବ। ଯାହାକୁ ମଧ୍ୟ ଗ୍ରୀନ୍ ସିଗନାଲ୍ ମିଳି ସାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ। ୨ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ।
କ’ଣ ମିଳିବ ସୁବିଧା:
ଯୋଜନାରେ ଆପଣ ଚାହିଁଲେ ଉଭୟ ଅନଲାଇନ୍ ଓ ଅଫଲାଇନରେ ଆବେଦନ କରିପାରିବେ। ବିବାହିତ ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ୫୦ହଜାର ଟଙ୍କାର କୁପନ୍ ପାଇପାରିବେ। ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବା ଏବଂ ସମାଜରେ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା।
ଯୋଜନା ପାଇଁ କ’ଣ ରହିଛି ମାପଦଣ୍ଡ:
ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସମସ୍ତ ଡକ୍ୟୁମେଣ୍ଟ ଯେପରିକି ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ୍ ନମ୍ବର, ପାସପୋର୍ଟ ଫଟୋ, ଇନକମ୍ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ। ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଓଡ଼ିଶାର ବାସିନ୍ଦା ହୋଇଥିବା ନିହାତି ଆବଶ୍ୟକ। କେବଳ ବିବାହିତ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ।
ମହିଳାଙ୍କ ବୟସ ୨୩ରୁ ୫୯ବର୍ଷ ହୋଇଥିବ। ଗୁରୁତ୍ୱପୂର୍ଣ୍ଣା କଥା ହେଲା ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାରେ ଲାଭ ପାଇବେନାହିଁ। ପରବର୍ତ୍ତୀ ସମୟରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ। ଯୋଜନା କାର୍ଯ୍ୟକାରୀ ନେଇ ଖୁବଶୀଘ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ ବୋଲି ସୂଚନା ମିଳିଛି।