ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣା: ଟ୍ରାକ୍ ମରାମତି କାମ ଶେଷ, ସ୍ୱାଭାବିକ ହେଲା ରେଳ ଚଳାଚଳ
ଓଏଲ୍ ବ୍ୟୁରୋ: ସମସ୍ତଙ୍କ ନିଦ ହଜେଇ ଦେଇଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାକୁ ଏକ ବର୍ଷ ପୂରି ସାରିଛି। ବାହାନଗା ଟ୍ରେନ୍ ଦୁର୍ଘଟଣାର ଏକ ବର୍ଷ ୧୫ ଦିନ ପରେ ଆଉ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ସୋମବାର ସକାଳେ ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଜୀବନ ଚାଲିଯାଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ପରେ ସ୍ତିତି ଅନୁଧ୍ୟାନ କରି ସ୍ୱାଭାବିକ ହୋଇଛି ଗାଡ଼ି ଚଳାଚଳ। ଆଜିଠୁ ଦାର୍ଜିଲିଂ ରୁଟରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ଉଭୟ ଅପ୍ ଲାଇନ୍ ଓ ଡାଉନ୍ ଲାଇନ୍ ଦୁଇ ପଟେ ଟ୍ରେନ୍ ଗଡ଼ିଛି।
ସୂଚନାନୁଯାୟୀ, ପଶ୍ଚିମବଙ୍ଗ-ବିହାର ସୀମାନ୍ତ ନୂଆ ଜଲପାଇଗୁଡ଼ିରେ ସୋମବାର ସକାଳେ ଏହି ଟ୍ରେନ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୯ଟାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ। ଦୁର୍ଘଟଣା ଫଳରେ ଏକ୍ସପ୍ରେସ ଟ୍ରେନର ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା। ବଗିଗୁଡ଼ିକ ଟ୍ରାକରୁ ବାହାରି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ମାଲବାହୀ ଟ୍ରେନର ଏକାଧିକ ବଗି ଟ୍ରାକରୁ ବାହାରି ବିକ୍ଷିପ୍ତ ଅବସ୍ଥାରେ ପଡ଼ିରହିଥିଲା।