ମୁକୁଳା ଡ୍ରେନ ପାଇଁ କିଏ ଦାୟୀ? ରିପୋର୍ଟ ଦେଲା ବିଏମ୍ସି
ଓଏଲ୍ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ଏହା ପରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମ୍ସି। କେତେ ଡ୍ରେନ୍ ମୁକୁଳା ଓ କେତେ କାମ ବାକି ବିଏମ୍ସି ରିପୋର୍ଟ ପ୍ରଦାନ କରିଛି। ଏହା ସହ ଟ୍ରାଜେଡି ନେଇ ଜଣେ ଜେଇଙ୍କୁ ସୋ-କଜ୍ ନୋଟିସ କଲା ବିଏମ୍ସି।
ସୂଚନା ଅନୁସାରେ, ଗତ ୧୮ ତାରିଖ ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀର ଏସ୍କେ ରାଜେଶ୍ ଓ ତାଙ୍କ ସାଥୀମାନେ ଡ୍ରେନ୍ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍ରେ ବେଲୁନ୍ ଭାସି ଭାସି ଯାଉଥିଲା। ସେହି ବେଲ୍ନକୁ ଆଣିବା ପାଇଁ ଏସ୍କେ ରାଜେଶ୍ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍ ଭିତରକୁ ଯାଇଥିଲା। ବେଲୁନ୍ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍କେ ରାଜେଶ।
ପରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍ ପାଖରେ ପହଞ୍ଚି ଥିଲେ। ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଡ୍ରେନ୍ର ଓଷ୍କାର ସିଟି ପାଖରୁ ଚେତାଶୂନ୍ୟ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ।