Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରକାଶ ପାଇବ +୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଓଏଲ୍‌ ବ୍ୟୁରୋ: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖା ନିମନ୍ତେ ଜୁନ ୨୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ଆସନ୍ତାକାଲି ଅର୍ଥାତ ଜୁଲାଇ ୫ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ। ଏଥିସହିତ ମନୋନୀତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ ବୋଲି ପୂର୍ବରୁ ଅବଗତ କରାଇ ଦିଆଯାଇଛି। ଦ୍ୱିତୀୟ ମେଧା ତାଲିକାରେ କେଉଁ ଛାତ୍ରଛାତ୍ରୀ ମନୋନୀତ ହେଉଛନ୍ତି, ସେମାନେ ସମସ୍ୱର ଅଫିସିଆଲ ୱେବସାଇଟରେ ଦେଖିପାରିବେ। http://www.samsodisha.gov.in