ବ୍ରୋଞ୍ଜ ପଦକ ସହିତ ଦିଲ୍ଲୀରେ ଭାରତୀୟ ହକି ଦଳ, ଭବ୍ୟ ସ୍ବାଗତ କଲେ କ୍ରୀଡ଼ା ପ୍ରେମୀ
ଓଏଲ୍ ବ୍ୟୁରୋ: ଭାରତରେ ପହଁଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳ। ଆଜି ପୂର୍ବାହ୍ନରେ ଦିଲ୍ଲୀ ବିମାନ ବନ୍ଦରରେ ପହଁଞ୍ଚିଛନ୍ତି ଭାରତୀୟ ଖେଳାଳି। କ୍ରୀଡ଼ା ପ୍ରେମୀ ମାନେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରଥିଲେ।
ଭାରତ ୫୨ ବର୍ଷ ପରେ ଲଗାତାର ଦ୍ବିତୀୟ ଥର ପାଇଁ ପଦକ ଜିତିଛି ଭାରତ। ଚଳିତ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ସର୍ବାଧିକ ଗୋଲ ଅଧିନାୟକ ହରମନପ୍ରିତ ସିଂହ ମାରିଛନ୍ତି। ସେ ୧୦ଟି ଗୋଲ୍ ସ୍କେର ଟୁର୍ଣ୍ଣାମେଣ୍ଟରେ ଟପ୍ ଗୋଲ୍ ସ୍କୋରର ଭି ଥିଲେ।
ଭାଇରାଲ ହେଉଥିବା ଭିଡିଓରେ ମନଦୀପ ସିଂହ ଓ ସୁଖଜିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ସେହିପରି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ କହିଛନ୍ତି, ପଦକ ତ ପଦକ ହିଁ ହୋଇଥାଏ। ଆଉ ଦେଶ ପାଇଁ ପଦକ ଜିତିବା ସବୁଠୁ ବଡ଼ କଥା। ଆମେ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟ ରଖି ଖେଳୁଥିଲୁ। ହେଲେ ଦୁର୍ଭାଗ୍ୟ ବସତଃ ସ୍ବପ୍ନ ପୂରଣ ହୋଇ ପାରିଲା ନାହିଁ। ହେଲେ ଆମେ ଖାଲି ହାତରେ ଦେଶକୁ ଫେରିନୁ ତାହା ଆମ ପାଇଁ ବଡ଼ କଥା ବୋଲି କହିଛନ୍ତି ହରମନପ୍ରୀତ ସିଂହ।