Odisha Link
Bridging the Missing Links in Odisha

ବଲୁଚିସ୍ତାନରେ ଆତଙ୍କୀ ଆକ୍ରମଣ: ୨୩ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କୀ ହମଲା। ଏକ ଯାତ୍ରୀବାହୀ ବସ୍‌ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯାହାଫଳରେ ୨୩ ଜଣ ଯାତ୍ରୀଙ୍କ ପରଲୋକ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜି ସକାଳେ ପାକିସ୍ତାନର ପଞ୍ଜାବ ଅଞ୍ଚଳର କିଛି ଯାତ୍ରୀ ବଲୁଚିସ୍ତାନ ଅଭିମୁଖେ ଯାଉଥିଲେ। ଆତଙ୍କବାଦୀମାନେ ପ୍ରଥମେ ବସ୍‌ ଅଟକାଇ ଯାତ୍ରୀମାନଙ୍କ ପରିଚୟ ପଚାରିଥିଲେ। ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଯାତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଏହି ବର୍ବରତାରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଘଟଣାକୁ ଦୃଢ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.