ରାଜ୍ୟରେ ମାପ ଏବଂ ଓଜନ ପଦାର୍ଥରେ ଠକେଇ ପ୍ରସଙ୍ଗ: ଜାଣନ୍ତୁ ଗୃହରେ କ’ଣ କହିଲେ ମନ୍ତ୍ରୀ..
ଓଏଲ୍ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ସପ୍ତମ ଦିନ। ବିଧାନସଭା ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ସମବାୟ ବିଭାଗର ପ୍ରଶ୍ନକାଳ ଜାରି ରହିଛି। ଏହି ଅବସରରେ ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ କିଛି ବ୍ୟବସାୟୀ ଠକୁଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଗୃହରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି। ଯାଞ୍ଚ ବେଳେ ୩୭୦ ପେଟ୍ରୋଲ ପମ୍ପରେ ମାପରେ ଗଫଲତି ଜଣାପଡ଼ିଛି। ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି। ୧୦୧ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଥିବା ଜଣାପଡ଼ିଛି। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।