Odisha Link
Bridging the Missing Links in Odisha

ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର, ଏପରି କାହିଁକି କହିଲେ ଧର୍ମେନ୍ଦ୍ର

ଓଏଲ୍‌ ବ୍ୟୁରୋ: ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବଡ଼ ବୟାନ। ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ବଦଳିବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାଙ୍କ ନାମରେ ଏହି ବିଶ୍ବବିଦ୍ୟାଳୟର ନାମ କରଣ ହୋଇଥିଲା ତାଙ୍କର ଭୂମିକା କ’ଣ ରହିଛି। ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ’ଣ କରୁଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସେ ଆହୁରି କହିଛନ୍ତି, ବିଶ୍ବବିଦ୍ୟାଳୟର ନାଁ ବଦଳିବା ମୋର ବ୍ୟକ୍ତିଗତ ମତ। ଏହି ପ୍ରସଙ୍ଗରେ ବିତର୍କ ଆବଶ୍ୟକ। ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବର ବିଷୟ କି ? ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସୂଚନାଥାଉକି, ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ରଖିଛି। ତେବେ ଇଂରେଜ ଅମଳର ରେଭେନ୍ସା ସାହେବଙ୍କ ନାଁରେ ବିଶ୍ବବିଦ୍ୟାଳୟର ନାଁ ରହି ଆସିଛି। ତେଣୁ ଏହି ନାଁ ବଦଳାଇବା ନେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.