Odisha Link
Bridging the Missing Links in Odisha

ଓଡ଼ିଶାରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ଅଧିକ, ଏହାର କାରଣ କହିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଆଜି ଚଉଦ ଦିନରେ ପହଂଚିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି।

ସେ କହିଛନ୍ତି, ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ରହିଛି। ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି। ୟୁପି ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ୫୪୨ ଜୀବନ। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ ରହିଛି। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗିରରେ ୫୫ ମୃତ। ଗବେଷଣା କହୁଛି ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି।

ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍‌ର ସୁପରିବାହୀ (ଗୁଡ୍ କଣ୍ଡକ୍ଟର)। ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ। ବଜ୍ରପାତ କମାଇବା ପାଇଁ ତାଳ ଗଛ ଲଗାଇବାକୁ ୭ କୋଟି ଟଙ୍କା ବନ ବିଭାଗକୁ ଦିଆଯାଇଛି। ତାଳଗଛ ଲଗାଇବାକୁ ସବୁ ବିଧାୟକ ସଚେତନତା ସହ ସହଯୋଗ କରନ୍ତୁ। ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯଥେଷ୍ଟ ଅଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା ଅଛି। ସେଥିରୁ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ୨୦୦ କୋଟି ରଖାଯାଇଛି। ବଜ୍ରପାତରେ ମୃତ୍ୟୁ ପ୍ରବାସୀ ଓଡ଼ିଆଙ୍କୁ କ୍ଷତିପୂରଣ ପାଇଁ ବିଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.