Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ନବୀନ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି କଳାହାଣ୍ଡି ଥୁ.ରାମପୁର +୨ କଲେଜ ପ୍ରିନ୍ସପାଲ ନବୀନ କୁମାର ସାହୁ। ୧୦ ହଜାର ଲାଞ୍ଚ ନେଇ କଲେଜ ଅଧ୍ୟକ୍ଷ ଧରାପଡ଼ିଛନ୍ତି। ଜଣେ ଛାତ୍ରୀଙ୍କ ମା’ଙ୍କ ଠାରୁ ୧୦ ହଜାର ନେବା ବେଳେ ଧରାପଡ଼ିଛନ୍ତି। ଆଡ୍‌ମିଶନ ସହ ପରୀକ୍ଷାରେ ସହଯୋଗ ପାଇଁ ଲାଞ୍ଚ ନେଉବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି।

Leave A Reply

Your email address will not be published.