Odisha Link
Bridging the Missing Links in Odisha

ଭଡ଼ାଘରୁ ଅଧ୍ୟାପିକାଙ୍କ ମୃତଦେହ ମିଳିବା ଘଟଣା: ସାମ୍ନାକୁ ଆସିଲା ମୃତ୍ୟୁ ରହସ୍ୟ

ଓଏଲ୍‌ ବ୍ୟୁରୋ: କଟକ ସିଡିଏ ସେକ୍ଟର-୯ରୁ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ବନ୍ଦ ଘର ଭିତରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଅଧ୍ୟାପିକା ଜଣକ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରନ୍ତି। ମୃତ ଅଧ୍ୟାପିକା ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ। ତାଙ୍କ ଘର ପଶ୍ଚିମବଂଗ ହୋଇଥିବାବେଳେ ସେ କଟକରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ। ତେବେ ଆଜି ତାଙ୍କ ମୃତ୍ୟୁର କାରଣ କଣ ହୋଇପାରେ ଚର୍ଚ୍ଚା ହେଉଥିବାବେଳେ ପ୍ରାଥମିକ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ମୃତ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ମୁତାବକ, ୨ ଦିନ ହେବ ଅନନ୍ୟା କଲେଜ ଯାଇ ନଥିଲେ। କଲେଜ କର୍ତ୍ତୃପକ୍ଷ ତାଙ୍କ ଫୋନକୁ କଲ୍‌ କରିଥିଲେ। ଅନନ୍ୟାଙ୍କ ଫୋନ୍ ରିଙ୍ଗ୍ ହୋଇଥିଲେ ମଧ୍ୟ ସେ ଉଠାଇ ନଥିଲେ। ଏନେଇ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଘଟଣା ସଂପର୍କରେ କହିଥିଲେ। ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଭଡ଼ା ଘରେ ପହଞ୍ଚି ଅଧ୍ୟାପିକାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ତେବେ ଅଧ୍ୟାପିକାଙ୍କର କିପରି ମୃତ୍ୟୁ ହେଲା ଏନେଇ ପୁଲିସ ତଦନ୍ତ କରିବା ପରେ ସତ୍ୟତା ଜଣାପଡ଼ିଛି।

Leave A Reply

Your email address will not be published.