Odisha Link
Bridging the Missing Links in Odisha

VL-SRSAM ମିସାଇଲର ସଫଳ ପରୀକ୍ଷଣ

ଓଏଲ୍‌ ବ୍ୟୁରୋ: ଭିଏଲ୍‌-ଏସ୍‌ଆରଏସ୍‌ଏଏମ୍‌ ସଫଳ ପରୀକ୍ଷଣ। ଆଜି ଅପରାହ୍ନ ୩ଟା ୧୯ ମିନିଟରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଭର୍ଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା ଭିଏଲ୍‌-ଏସ୍‌ଆରଏସ୍‌ଏଏମ୍‌(ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପରୀକ୍ଷଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ଡିଆରଡିଓର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।

ସୂଚନା ଅନୁସାରେ, ସ୍ବଳ୍ପ ଦୂରଗାମୀ ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର SR-SAM। ଆକାଶ ମାର୍ଗରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଛି। ଏହି ପରୀକ୍ଷଣ ପାଇଁ ୩ ନମ୍ବର ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା।