Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ, ଶ୍ରୀମନ୍ଦିରରେ ଦର୍ଶନ ପ୍ରକ୍ରିୟା ସ୍ୱାଭାବିକ

ଓଏଲ୍‌ ବ୍ୟୁରୋ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ପ୍ରକ୍ରିୟା ଆଜି ପାଇଁ ଶେଷ ହୋଇଛି। ଯାଞ୍ଚ ପ୍ରକ୍ରିୟା ଶେଷ ପରେ ସାଧାରଣ ଦର୍ଶନ ପ୍ରକ୍ରିୟା ସ୍ୱାଭାବିକ ହୋଇଛି। ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ଏଏସ୍‌ଆଇ ଦଳ ତଦାରଖ କରିଥିଲେ। ବିଶେଷଜ୍ଞ ଟିମ୍‌ ଦ୍ବାରା ରତ୍ନ ଭଣ୍ଡାରର ଲେଜର ସ୍କାନିଂ କରାଯାଇଛି। ଏଏସ୍‌ଆଇ ଏଡିଜି ଜାନ୍‌ଭିଜ୍‌ ଶର୍ମାଙ୍କ ନେତୃତ୍ବରେ ତଦାରଖ ହୋଇଥିଲା। ଏଥିପାଇଁ ୧୭ ଜଣିଆ ଦଳ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହୋଇଛି।