ଭଦ୍ରକରେ ଉତ୍ତେଜନା: ୨୨ ଗିରଫ, ଶତାଧିକ ଲୋକଙ୍କ ନାଁରେ ମାମଲା
ଓଏଲ୍ ବ୍ୟୁରୋ: ଭଦ୍ରକ ଗଣ୍ଡଗୋଳ ଘଟଣାରେ ୪୦୦ ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭଦ୍ରକ ଓ ଧାମନଗର ଉତ୍ତେଜନା ଘଟଣାରେ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ପୂର୍ବରୁ ୧୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଆଉ ୭ ଜଣଙ୍କୁ ପୁଲିସ ଗିରଫ କରିଥିବା ପୂର୍ବାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି। ପୁରୁଣାବଜାର ଥାନା ଅଞ୍ଚଳର ୧୨ ଓ ଧାମନଗର ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏବେ ବି ୧୬୩ ଧାରା ବଳବତ୍ତର ରହିଛି।
ଅନ୍ୟପଟେ, ଭଦ୍ରକରେ ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବାବେଳେ ଏବେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏଥିସହିତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।