Odisha Link
Bridging the Missing Links in Odisha

ଭରତପୁର ଥାନା ମାମଲା: ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୁଲିସ

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ୫ ନିଲମ୍ବିତ ପୁଲିସ ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଲିନୀ ପଣ୍ଡା, ନିଲମ୍ବିତ ଏଏସଆଇ ସଲିଲାମୟୀ ସାହୁ, ସାଗରିକା ରଥ ଓ କନେଷ୍ଟବଳ ବଳରାମ ହାଁସଦାଙ୍କ ଆଗୁଆ ଜାମିନ ଆବେଦନ କରିଛନ୍ତି। ୫ ପୁଲିସ୍‌ଙ୍କ ନାଁରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିବା ବେଳେ ଆଜି ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜୁରାଟ ନିଆଯାଇଛି।

ଗୁଜରାଟ ଗାନ୍ଧିନଗରସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ଆଜି ସେମାନଙ୍କର ସତ ସାମ୍ନାକୁ ଆସିବ ବୋଲି କୁହାଯାଉଥିବାବେଳେ ସେମାନଙ୍କ ଜାମିନ ଆବେଦନ ଚର୍ଚ୍ଚା ବଢ଼ାଇ ଦେଇଛି। ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସେମାନଙ୍କୁ ସାଙ୍ଗରେ ନେଇ ଯାଇଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଆଇଆଇସି ଦୀନକୃଷ୍ଣ ମିଶ୍ର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ। ଦୀନକୃଷ୍ଣଙ୍କ ନାଁରେ ପୀଡ଼ିତାଜଣକ ସାଂଘାତିକ ଅଭିଯୋଗ ଆଣିଥିବାରୁ ତାଙ୍କର ପଲିଗ୍ରାଫ, ନାର୍କୋ ଆନାଲିସିସ, ବ୍ରେନ ମ୍ୟାପିଂ ହେବ। ଅବଶିଷ୍ଟ ୪ ପୁଲିସଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ ବୋଲି ସୂଚନା ରହିଥିଲା।

Leave A Reply

Your email address will not be published.