ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ, ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ବିଶେଷ ଆଲୋଚନା
ଓଏଲ୍ ବ୍ୟୁରୋ: ଆଜି ପୁରୀରେ ଗୃହ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱାଧୀନ ୧୨ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପୁରୀ ଗସ୍ତରେ ଯାଇ ବୈଠକ କରିଛନ୍ତି।
ପୁରୀ ସର୍କିଟ ହାଉସ ପରିସରରେ କମିଟି ଅଧ୍ୟକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଏହି ବୈଠକ କରାଯାଇଥିବା ବେଳେ ପୁରୀ ଜିଲ୍ଲାପାଳ, ଏସପି, ଜିଲ୍ଲା ମେରାଇନ୍ ପୁଲିସ୍ ସୁପରିଟେଣ୍ଡେଣ୍ଟ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ପୁରୀ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ସହ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଅନୁଧ୍ୟାନ ଓ ସମୀକ୍ଷା କରାଯାଇଥିଲା। ପରେ କମିଟି ଜିଲ୍ଲା କାରାଗାର ସମେତ ମାରାଇନ ଥାନା ଭିତ୍ତିଭୂମି ପରିଦର୍ଶନ କରିବେ।