Odisha Link
Bridging the Missing Links in Odisha

ନିର୍ବାଚନୀ ଅନିୟମିତତା ମାମଲା: ଅଡୁଆରେ ବିଜେଡି ବିଧାୟକ

ଓଏଲ୍‌ ବ୍ୟୁରୋ: ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ। ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ଏବେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ନିର୍ବାଚନ ପୂର୍ବରୁ ସାରଦା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ପ୍ରତିପକ୍ଷ। ତେବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି କରଯାଇଥିବାବେଳେ ଲିଖିତ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ବିଜେଡି ବିଧାୟକ ବା ପ୍ରତିପକ୍ଷ ସାରଦା ନାୟକ। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ସାରଦାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସହ ଏକାଧିକ ପ୍ରାର୍ଥୀ।