Odisha Link
Bridging the Missing Links in Odisha

ତାତିରୁ ନାହିଁ ଆଶ୍ଵସ୍ତି, ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଓଏଲ୍‌ ବ୍ୟୁରୋ: ପାଗରେ ପରିବର୍ତନ ଏବେ ଚିନ୍ତାର ବିଷୟ ପାଲଟିଲାଣି। ଗ୍ରୀଷ୍ମ ପରେ ବର୍ଷା ଯେତିକି ପରିବେଶକୁ ପ୍ରଭାବିତ ନକରିଛି, ତା’ଠୁ ଯଥେଷ୍ଟ ଅଧିକ ଅସହ୍ୟ ଗରମ ଅନୁଭୂତ ହେଉଛି। ସେପ୍ଟେମ୍ବର ଶେଷ ହୋଇଥିଲେ ମଧ୍ୟ ଏଯାଏଁ ପାଗରେ ସଠିକ ପରିବର୍ତ୍ତନ ଆସି ପାରିନାହିଁ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

୫ ପ୍ରତିଶତ କମ୍ ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି କୁହାଯାଏ। କେନ୍ଦୁଝର, ଦେବଗଡ଼, ଭଦ୍ରକ ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ହୋଇଛି। ବାୟୁମଣ୍ଡଳରେ ଯଥେଷ୍ଟ ଆର୍ଦ୍ରତା ଥିବାରୁ ମୌସୁମୀ ଯିବା ବାଟ ଫିଟିନି। ୭୦ରୁ ୯୦ ପ୍ରତିଶତ ଆର୍ଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେବ। ଆଗାମୀ ୪ ଦିନ ବର୍ଷା ନାହିଁ। ଆଗାମୀ ୩ରୁ ୪ ଦିନ ଯାଏଁ ୨ରୁ ୩ ଡିଗ୍ରୀ ପାରଦ ବଢି ତାପମାତ୍ରା ୩୮ ଛୁଇଁପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.