ରାବଣ ପୋଡ଼ିରେ ହେବନି ବାଣ ପ୍ରତିଯୋଗିତା
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପାର୍ବଣ ଋତୁ। ଦଶହରା ପାଇଁ ଗାଁଠୁ ସହ ସବୁଠି ଚଳଚଞ୍ଚଳ। ପ୍ରତିବର୍ଷ ଦଶହରାରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ। ତେବେ ଚଳିତଥର ରାବଣ ପୋଡ଼ିରେ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ଶୁଣାଣି କରିଛନ୍ତି।
ସୁରୁଖୁରରେ ରାବଣ ପୋଡ଼ି ଉପରେ ହାଇକୋର୍ଟ ଗୁରୁତ୍ବ ଦେଇଛନ୍ତି। ରାବଣ ପୋଡ଼ିରେ ଚଳିତଥର ହେବନି ବାଣ ପ୍ରତିଯୋଗିତା। କେବଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ୍ କମିଟିର ପ୍ରସ୍ତାବ। ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ହାଇକୋର୍ଟ ସିଏମ୍ସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।