Odisha Link
Bridging the Missing Links in Odisha

ବିହାରରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିହାର ପାଟ୍‌ନା ମେଟ୍ରୋ ନିର୍ମାଣ ସ୍ଥଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ୮ ଜଣ ଆହତ ହୋଇଛନ୍ତି। ଏହି ଦୁଇ ଶ୍ରମିକ ଓଡିଶା ବାସିନ୍ଦା ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ୬ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଚଳିତ ମାସ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଏବଂ କାଦୁଆ ଗାଁର ବିଜୟ ବେହେରା ବୋଲି ଜଣାପଡ଼ିଛି।

Leave A Reply

Your email address will not be published.