ପ୍ରତି ପଞ୍ଚାୟତରେ ହେବ ସ୍ୱୟଂସିଦ୍ଧା, ବିପର୍ଯ୍ୟୟ ପରିଚାଳନାରେ ସାମିଲ ହେବେ ମହିଳା
ଓଏଲ୍ ବ୍ୟୁରୋ: ୧୯୯୯ ମସିହାର ଛାତିଥରା ମହାବାତ୍ୟାକୁ ମଙ୍ଗଳବାର ଦିନ ୨୫ ବର୍ଷ ପୂରିଛି। ମୃତ୍ୟୁର ସେ କରାଳ ତାଣ୍ଡବର ବିକଳ ଦୃଶ୍ୟ ଏବେ ବି ସତେଜ ଅଛି। ପ୍ରତିବର୍ଷ ଏମିତି କେତେ ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପତ୍ତି ଆସିଛି ଓ ଯାଇଛି। ହେଲେ ଓଡ଼ିଶା ଧୈର୍ଯ୍ୟର ସହ ସେସବୁକୁ ସାମନା କରିଛି ଏବଂ ବିକାଶ ପଥରେ ଆଗେଇ ଆସିଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାପାଇଁ ତତ୍ପରତା ଦେଖାଇଛନ୍ତି।
ଏହି କ୍ରମରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାପାଇଁ ପ୍ରତି ଗାଁରେ ଗୋଟିଏ ଲେଖାଏଁ ବିପର୍ଯ୍ୟୟ ରେସ୍ପନ୍ସ ଟିମ୍ ଗଠନ କରାଯିବ। ଏହାସହ ମିଶନ ଶକ୍ତି ମହିଳାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦିଆଯିବ। ବାତ୍ୟା ପ୍ରବଣ ରାଜ୍ୟର ୧୪ଟି ଜିଲ୍ଲାରେ ମହିଳାଙ୍କୁ ତାଲିମ ଦିଆଯିବ। ପ୍ରତି ପଞ୍ଚାୟତରେ ସ୍ୱୟଂସିଦ୍ଧା ହେବ। ମିଶନ ଶକ୍ତି ମହିଳାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ଦିଆଯିବ।
ପ୍ରତି ପଞ୍ଚାୟତରେ ୫୦ ମହିଳାଙ୍କୁ ତାଲିମ ନେଇ ଓସଡମା ସହ ଚୁକ୍ତି ହୋଇଛି। ଆଗାମୀ ବର୍ଷେ ମଧ୍ୟରେ ତାଲିମ ସାରିବାକୁ ବିଭାଗ ଯୋଜନା କରିଛି। ବାତ୍ୟା ପ୍ରବଣ ରାଜ୍ୟରେ ୧୪ଟି ଜିଲ୍ଲାରେ ମହିଳାଙ୍କୁ ତାଲିମ ଦିଆଯିବ। ୧୪ ଜିଲ୍ଲାରେ ୩୯୨୨ ପଞ୍ଚାୟତରେ ମହିଳାଙ୍କୁ ତାଲିମ ଦିଆଯିବ। ରାଜ୍ୟରେ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।