ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼!
ଓଏଲ୍ ବ୍ୟୁରୋ: ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼ ହୋଇଛି। ଭଦ୍ରକ ଚରମ୍ପା ଷ୍ଟେସନର ୧୧୯ନଂ ଗେଟ୍ ନିକଟରେ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ଏହି ଟ୍ରେନ। ଘଟଣାସ୍ଥଳରେ ଭଦ୍ରକ ଜିଆରପିର ତଦନ୍ତ ଆରମ୍ଭ କରିଛି। ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଛି।