‘ଶ୍ରୀମନ୍ଦିର ସୁରକ୍ଷାରେ ହସ୍ତକ୍ଷେପ କରନ୍ତୁ ପ୍ରଧାନମନ୍ତ୍ରୀ’
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷା କବଚ ହେଉଛି ମେଘନାଦ ପାଚେରି। ହେଲେ ଏହି ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା ରହିଛି। ସେଥି ମଧ୍ୟରୁ ଅନବରତ ଝରୁଛି ପାଣି। ଐତିହ୍ୟ ସଂପନ୍ନ ପାଚେରିର ଏକାଧିକ ସ୍ଥାନରୁ ଅନବରତ ଗଳୁଛି ପାଣି। ଏହାକୁ ଦେଖି ବୁଦ୍ଧିଜୀବୀଙ୍କଠୁ ସେବାୟତଙ୍କ ଯାଏ ପ୍ରଶାସନ ଓ ASIର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବେପରୁଆ କାମ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି।
ଶ୍ରୀମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି। ବିଗତ ୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି। ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି; ନିୟମିତ ଭଙ୍ଗାଭଙ୍ଗି ଚାଲିଛି। ବର୍ତ୍ତମାନ ସ୍ଥିତି ଯାହା ଏଏସ୍ଆଇ ଏହାକୁ ସ୍ବତନ୍ତ୍ର ଭାବେ କାମ କରୁ। ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କଲେ ପୂରା କାମ ହେବ। ମନ୍ଦିରର କ୍ଷତି ହେଲେ, ଓଡ଼ିଶା ନିନ୍ଦିତ ହେବ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।