ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି: ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ୍ କୋଡ୍
ଓଏଲ୍ ବ୍ୟୁରୋ: ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ବଦଳି ଥିବା ସିନିୟର୍ ନର୍ସିଂ ଅଫିସରଙ୍କ ଈଷତ୍ ବାଇଗଣୀ ରଙ୍ଗର ଡ୍ରେସ୍ କୋଡ୍ କରାଯାଇଛି। ଆସିଷ୍ଟାଣ୍ଟ ନର୍ସିଂ ସୁପଣ୍ଡେଣ୍ଟେଣ୍ଡଙ୍କ କେୟନ୍ ବ୍ଲୁ ରଙ୍ଗର ପୋଷାକ କରାଯାଇଛି। ଡେପୁଟି ନର୍ସିଂ ସୁପଣ୍ଡେଣ୍ଟେଣ୍ଡ/ନର୍ସିଂ ସୁପଣ୍ଡେଣ୍ଟେଣ୍ଡଙ୍କ ଧଳା ରଙ୍ଗ ପୋଷାକ କରାଯାଇଛି। ଜେନେରାଲ୍ ୱାର୍ଡରେ ଡ୍ୟୁଟିରତ ନର୍ସ ଧଳା ରଙ୍ଗର ଆଫର୍ନ ପିନ୍ଧିବେ।