ଆଜି ଶପଥ ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା
ଓଏଲ୍ ବ୍ୟୁରୋ: ଦେଶକୁ ମିଳିବ ୫୧ ତମ ପ୍ରଧାନ ବିଚାରପତି। ସୁପ୍ରିମ୍କୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆଜି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଜଷ୍ଟିସ୍ ଖାନ୍ନାଙ୍କୁ ଶପଥପାଠ କରାଇବେ। ଜଷ୍ଟିସ୍ ଖାନା ୨୦୧୯ ମସିହା ଜାନୁୟାରୀରୁ ସୁପ୍ରିମ୍କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଧାନ ବିଚାରପତି ପଦବୀରେ ଜଷ୍ଟିସ୍ ଖାନ୍ନା ୨୦୨୫ ମସିହା ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ରହିବେ। ଗତମାସ ୧୬ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଖାନ୍ନାଙ୍କ ନାମ ସୁପାରିସ କରିଥିଲେ।