ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ, ବଦଳିଲା ନୀଳଚକ୍ରରେ ବାନା ବନ୍ଧା ସମୟ
ଓଏଲ୍ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଆଜି ହରିହର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧା-ଦାମୋଦର ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଂକ ସମାଗମ ଦେଖିବାକୁ ମିଳିଛି।
କାର୍ତ୍ତିକରେ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି। ନୀଳଚକ୍ରରେ ବାନା ବନ୍ଧା ସମୟରେ ପରିବର୍ତ୍ତନ ହୋଇଛି। ସଂଧ୍ୟା ପରିବର୍ତ୍ତେ ଅପରାହ୍ନରେ ନୀଳଚକ୍ରରେ ବାନା ବନ୍ଧା ହେବ। ସାଢ଼େ ୩ଟାରୁ ୪ଟା ମଧ୍ୟରେ ବାନା ବନ୍ଧା ନୀତି ଚୂଡ଼ାନ୍ତ ହୋଇଛି। କାର୍ତ୍ତିକରେ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।