Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ହାସ୍ୟ-ବ୍ୟଙ୍ଗ କବିସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଓଏଲ୍‌ ବ୍ୟୁରୋ: କଳିଙ୍ଗ ପୁସ୍ତକା ମେଳା ମଞ୍ଚରେ ଅଧିକାର ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଓ ରାଜ୍ୟସ୍ତରୀୟ ହାସ୍ୟ-ବ୍ୟଙ୍ଗ କବିସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଶାସକ ତଥା ପ୍ରୋ.ଭି.ସି ଡ଼.ଅଜୟ କୁମାର ନାୟକ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଜଣ ସୁନା ବ୍ୟଙ୍ଗ କବି ଜ୍ଞାନ ହୋତା, ସ୍ୱତନ୍ତ୍ର ଅତିଥି ଭାବରେ ସ୍କୁଲ ଅଫ୍ ଲ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପଲ୍ଲଵ ଦାସ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଡ. ପ୍ରଦିପ କୁମାର ସାହୁ, ଶୁଭ୍ରାଂଶୁ ପଣ୍ଡା, ରେଣୁକା ମିଶ୍ର, ଡ଼.ରଜନୀକାନ୍ତ ତରାଇଙ୍କ ସହ ଅନୁଷ୍ଠାନର ସମ୍ପାଦକ ଡ.ଗିରୀଶ ରଞ୍ଜନ ସାହୁ ଯୋଗ ଦେଇଥିଲେ।

ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସଭା କାର୍ଯ୍ୟଟିକୁ କୁଇଜ ମାଷ୍ଟ୍ର ଚନ୍ଦ୍ର ବିଜୟୀ ମିଶ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ଅନୁଷ୍ଠାନର ସମ୍ପାଦକ ଡ ଗିରୀଶ ରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ। ପରେ ପରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବିଭାଗରେ ୧୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିମନ୍ତ୍ରିତ ସମସ୍ତ ବ୍ୟଙ୍ଗ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପରେ ପରେ ରାଜ୍ୟସ୍ତରୀୟ ହାସ୍ୟ-ବ୍ୟଙ୍ଗ କବିସମ୍ମିଳନୀ ଆରମ୍ଭ ହୋଇଥିଲା ଏଥିରେ ଡ଼. କୁଳାଙ୍ଗାର, ସତ୍ୟାନାସ, ଡ. ରାମକାନ୍ତ ମହାପାତ୍ର, ଡ଼.ଦେବାଶିଷ ମହାପାତ୍ର, ବିଭୁପ୍ରସାଦ ମିଶ୍ର, ସାରଦା ପ୍ରସାଦ ମହାପାତ୍ର, ଅନନ୍ତ ଜେନା, ସୁଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଡ. ଗିରୀଶ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ଭାବରେ ହାଡିବନ୍ଧୁ ମହାକୁଡ଼, ପ୍ରଶାନ୍ତ କୁମାର ସାହୁ , ଶତ୍ରୁଜିତ, ଡ. ଅଶୋକ କୁମାର ମିଶ୍ର, ଡ. ସଚ୍ଚିଦାନନ୍ଦ ସ୍ୱାଇଁ , ଅଭିମନ୍ୟୁ ମହାପାତ୍ର , ସୌମ୍ୟା ନନ୍ଦ, ସତ୍ୟବ୍ରତ ମହାପାତ୍ର , କୁଂଜଲତା ମଝି, ବିଶ୍ୱଜିତ ପଣ୍ଡା, କେ ପାୟଲ ଗାୟତ୍ରୀ, ସ୍ମୃତିମିତ୍ରା ମହାନ୍ତି, ନେତ୍ରାନନ୍ଦ ମହାକୁଲ, ଶ୍ରୀକାନ୍ତ କୁମାର ରାଉତ, ଡ ଅଭିସ୍ପା ପାଲ୍ଲି, ପିକା ରାଉତ, ଶିବାନୀ ମହାପାତ୍ର, ପୂର୍ଣ୍ଣାନନ୍ଦ ମହାନ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଦର୍ଶକ ବ୍ୟଙ୍ଗ କବିଙ୍କ କବିତାରେ ହସି ହସି ବେଦମ ହୋଇଥିଲେ।

Leave A Reply

Your email address will not be published.