Odisha Link
Bridging the Missing Links in Odisha

ପର୍ଥ ଟେଷ୍ଟ ପୂର୍ବରୁ ଭଲ ଖବର, ରୋହିତଙ୍କୁ ନେଇ ଆସିଲା ବଡ଼ ଖବର

ଓଏଲ୍‌ ବ୍ୟୁରୋ: ପର୍ଥ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭଲ ଖବର। ଦ୍ୱିତୀୟ ଥର ପାଇଁ ବାପା ହୋଇଥିବାରୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ପର୍ଥରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ସହିତ ଯୋଡ଼ି ହେବ ନିୟମିତ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ପର୍ଥରେ ପହଞ୍ଚିବା ସହ ଭାରତୀୟ ସ୍କ୍ୱାଡରେ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଖେଳ ଖବର ପ୍ରସାରିତ କରୁଥିବା କ୍ରିିକବଜର ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ନିକଟରେ ବାପା ହୋଇଥିବା ରୋହିତ ଖୁବଶୀଘ୍ର ଅଷ୍ଟ୍ରେଲିଆକୁ ଉଡ଼ାଣ ଭରିବେ। ସେ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପର୍ଥରେ ପହଞ୍ଚି ଭାରତୀୟ ସ୍କ୍ୱାଡରେ ସାମିଲ ହେବେ। ସେ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିଲେ ହେଁ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଦିବାରାତ୍ର ଟେଷ୍ଟରେ ଦଳର କମାଣ ସମ୍ଭାଳିବେ।

ସୂଚନାଥାଉକି, ରୋହିତଙ୍କ ଅନୁୁପସ୍ଥିତିରେ ଦଳର କମାଣ ଯଶପ୍ରୀତ ବୁମରାହଙ୍କ କାନ୍ଧରେ। ଗୁରୁତ୍ବପୂର୍ଣ୍ଣ ମ୍ୟାଚର ଦିନକ ପୂର୍ବରୁ ଅଧିନାୟକ ଯଶପ୍ରୀତ ବୁମରାହ ସାମ୍ବାଦିକ ସମ୍ମିଳନୀରେ ଯୋାଗ ଦେଇ ଭିନ୍ନ ଭିନ୍ନ ପ୍ରଶ୍ନର ଉଉର ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନିଜର ଚତୁରତା ଦେଖାଇଛନ୍ତି ବୁମରାହ। ସେ ସିଧାସଳଖ କହିଛନ୍ତି ଭାରତୀୟ ଦଳ ଭାରତରେ ସିରିଜ ହାରିଛି ସତ। ହେଲେ ତାର ବୋଝ ନେଇ ଆମେ ଅଷ୍ଟ୍ରେଲିଆ ଆସି ନାହୁଁ।

Leave A Reply

Your email address will not be published.