ଓଡ଼ିଶାର ୨ ଜିଲ୍ଲାରୁ ମିଳିଛି ସୁନା ଖଣିର ସନ୍ଧାନ, ଗୃହରେ ମନ୍ତ୍ରୀଙ୍କ ସୂଚନା
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ। ଏନେଇ ଆଜି ବିଧାନସଭାରେ କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା। ଓଡ଼ିଶାରେ ୨ ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଛି। ଦେବଗଡ଼ର ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି।
ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି। ଜିଏସଆଇ ଦ୍ୱାରା ତମ୍ବାପ ଥର ଅନ୍ୱେଷଣ ବେଳେ ସୁନା ସନ୍ଧାନ ମିଳିଛି। ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡିଛି। ସେହିଭଳି କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁରରେ ସୁନା ଖଣିର ସନ୍ଧାନ ମିଳିଛି ବୋଲି ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି।