ଜାନୁଆରୀ ସୁଦ୍ଧା ଗଡ଼ିବ ୫୦ ଇଭି ବସ୍, କୋର୍ଟଙ୍କୁ ଅବଗତ କରାଇଲେ ମୋ ବସ୍ ସିଇଓ
ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ମୋ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉଥିବା ଖବର ସାମ୍ନାକୁ ଆସୁଛି। ଏହି ଖବର ଏବେ ମାମଲା ହୋଇ ହାଇକୋର୍ଟରେ ପହଂଚିଛି। ଯାହାକୁ ନେଇ ସତ୍ୟପାଠ ଦାଖଲ କରିଛନ୍ତି ‘ମୋ ବସ୍’ ଏମଡି। ସତ୍ୟପାଠ ଅନୁସାରେ,ଡ୍ରାଇଭରଙ୍କ ବ୍ରେଥ ଆନାଲାଇଜର ଦୈନିକ ପରୀକ୍ଷା ହେଉଛି। କଟକ ସହ ରାଉରକେଲା, ସମ୍ବଲପୁରରେ ହେଉଛି ଟେଷ୍ଟ। ୯ ନଭେମ୍ବରରୁ ଟ୍ବିନ ସିଟିରେ ୨,୫୩୮ ଥର ଯାଞ୍ଚ ହୋଇଛି। ନିଶା ଖାଇ ବସ୍ ଚଳାଇବେଳେ ୬ ଡ୍ରାଇଭର ଧରା ପଡ଼ିଛନ୍ତି।
ଅଧିକ ସଂଖ୍ୟକ ମଧ୍ୟମ ସାଇଜ ବସ ଚଳାଇବା ପାଇଁ ନିର୍ଦେଶ ଦିଆଯାଇଛି। ମୋ ବସ୍ ସେବାରେ ୨୦୦ ଇଭି ବସ୍ ଯୋଗ ଦେବ। ୨୦୦ ବସ୍ ପାଇଁ ମୋ ବସ୍ କର୍ତ୍ତୃପକ୍ଷ ଅର୍ଡର ଦେଇଛନ୍ତି। ଆସନ୍ତା ଜାନୁଆରୀ ସୁଦ୍ଧା ୫୦ ଇଭି ବସ ଆସିବ। ଏନେଇ କୋର୍ଟଙ୍କୁ ଅବଗତ କରାଇଲେ ମୋ ବସ୍ ସିଇଓ। ଆସନ୍ତା ୧୯ରେ ମାମଲାର ପରବର୍ତ୍ତି ଶୁଣାଣି କରାଯିବ।