ଗୋ-ସୁରକ୍ଷା ନେଇ ସରକାରଙ୍କ ତତ୍ପରତା, ମନ୍ତ୍ରୀ କହିଲେ-ଖୁବଶୀଘ୍ର ଓଡ଼ିଶାରେ..
ଓଏଲ୍ ବ୍ୟୁରୋ: ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆସାମ ସରକାର। ଆଜିଠୁ ଗୋମାଂସ ଉପରେ ନିଷେଧାଦେଶ ଜାରି କରିଛନ୍ତି ହିମନ୍ତ ସରକାର। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ। ଏହା ଉପରେ କଟକଣା ଲଗାଯାଇଛି। ଏନେଇ ଖୋଦ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଏହା ପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ଆସିବ ଆଇନ। ଗୋମାଂସ ଓ ଗୋଚାଲାଣ ବି ବନ୍ଦ ହେବ। ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି। ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ୍ ନେଇ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।