Odisha Link
Bridging the Missing Links in Odisha

ଗୋ-ସୁରକ୍ଷା ପ୍ରସଙ୍ଗ: ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ବଡ଼ ବୟାନ..

ଓଏଲ୍‌ ବ୍ୟୁରୋ: ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆସାମ ସରକାର। ଆଜିଠୁ ଗୋମାଂସ ଉପରେ ନିଷେଧାଦେଶ ଜାରି କରିଛନ୍ତି ହିମନ୍ତ ସରକାର। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ। ଏହା ଉପରେ କଟକଣା ଲଗାଯାଇଛି। ଏନେଇ ଖୋଦ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଏହା ପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ଆସିବ ଆଇନ। ଗୋମାଂସ ଓ ଗୋଚାଲାଣ ବି ବନ୍ଦ ହେବ। ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ୍‌ ଆଣିବାକୁ ବିଚାର କରୁଛନ୍ତି। ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ୍‌ ନେଇ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଆଇନ ମନ୍ତ୍ରୀ ବୟାନ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ ଟାର୍ଗେଟ କରିଛନ୍ତି। ପ୍ରମୀଳା ମଲ୍ଲିକ କହିଛନ୍ତି, ଗୋ ହତ୍ୟା ରୋକ୍ ପାଇଁ ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ କେଉଁ ଦଳର ଲୋକ ଗୋ ଚାଲାଣ କରୁଛନ୍ତି ଚିହ୍ନଟ ହେଉ। ପ୍ରଥମେ ଗୋ ଚାଲାଣକାରୀ ଚିହ୍ନଟ ହୁଅନ୍ତୁ, ତାପରେ ବିଲ୍ ଆସୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ କହିଛନ୍ତି।

Leave A Reply

Your email address will not be published.