ଭୁବନେଶ୍ୱରରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟିତ

ଓଏଲ୍ ବ୍ୟୁରୋ: ଆଜି ମହାମହିମଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମହାମହିମ ଯୋଗ ଦେଇଥିଲେ। ଏହି କ୍ରମରେ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ। ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟିତ ହୋଇଛି।
ସୂଚନା ଅନୁସାରେ, ଆଜି ପୁରୀରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ମହାମହିମ ରାଷ୍ଟ୍ରପତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିଲା।