Odisha Link
Bridging the Missing Links in Odisha

ଇସ୍ରୋକୁ ଆଉ ଏକ ସଫଳତା, ମିଶନ ପ୍ରୋବା-୩ର ସଫଳ ଉତକ୍ଷେପଣ

ଓଏଲ୍‌ ବ୍ୟୁରୋ: ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଲଞ୍ଚ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ। ପିଏସଏଲଭି-ସି୫୯ ଜରିଆରେ ଉତକ୍ଷେପଣ କରାଯାଇଛି। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି। ଆଜି ଅପରାହ୍ନରେ ଇସ୍ରୋ PSLV-C59 ରକେଟ୍‌ରୁ ଏହାକୁ ଲଞ୍ଚ କରାଯିବ।

ୟୁରୋପର ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ଦୁଇଟି ମହାକାଶ ଯାନ କରୋନାଗ୍ରାଫ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖିବା। ଅର୍ଥାତ ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା କଷ୍ଟକର, ଏଥିଲାଗି ଗୋଟିଏ ସ୍ପେଶକ୍ରାଫ୍ଟ ସୂର୍ଯ୍ୟଙ୍କ କରୋନା ବା ବାହ୍ୟବଳୟରୁ ବାହାରୁଥିବା ରଶ୍ମିକୁ ବ୍ଲକ୍‌ କରି ଅନ୍ଧକାର ସୃଷ୍ଟି କରିବ। ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି। ଅନ୍ୟ ମହାକାଶୟାନଟି କରୋନାକୁ ଅଧ୍ୟୟନ କରିବ। ପ୍ରାୟ ୬ ଘଣ୍ଟା ଧରି ବୈଜ୍ଞାନିକମାନେ ଗବେଷଣା କରିବେ।