Odisha Link
Bridging the Missing Links in Odisha

ଓଡ଼ିଶାକୁ ପ୍ରଦୂଷଣ ଚିନ୍ତା, ବିଷ ବଳୟରେ ଅନୁଗୁଳ

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଦେଶର ୧୯ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକ ରହିଛି। ଭୁବନେଶ୍ବର ସମେତ କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ସାଂଘାତିକ ସ୍ତରରେ ପହଞ୍ଚିଲାଣି। ତେବେ ଆଜି ଦେଶରେ ଅନୁଗୁଳ ସବୁଠୁ ପ୍ରଦୂଷିତ ସହର ପାଲଟିଛି। ଦେଶର ୪ ପ୍ରଦୂଷିତ ସହର ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ ହୋଇଯାଇଛି। ସକାଳ ୧୦ଟା ୫ ସୁଦ୍ଧା ଅନୁଗୁଳ AQI ସର୍ବାଧିକ ୩୩୨ ରହିଛି। ଅଗରତାଲା AQI ୩୧୫, ହାୱଡ଼ା ୩୧୪, ବର୍ଣ୍ଣିହାଟ ୩୧୨ ରହିଛି।

Leave A Reply

Your email address will not be published.