ଭରତପୁର ଥାନା ମାମଲା: ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ହାଇକୋର୍ଟରେ ପହଂଚିଛି ଭରତପୁର ଥାନା ମାମଲା। ଭରତପୁର ଥାନାରେ ସେନା ଅଫିସର ଏବଂ ପୁଲିସ କର୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଭରତପୁର ଥାନା ବିବାଦ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଜର ଓ ତାଙ୍କ ବାନ୍ଧବୀ ଦେଇଥିବା ଏତଲାର ସ୍ଥିତି ଜାଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷ ସମୟ ନେଇଥିବାବେଳେ ଆସନ୍ତା ଜାନୁଆରୀ ଦ୍ଵିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।