Odisha Link
Bridging the Missing Links in Odisha

ଖୁବଶୀଘ୍ର ବିଜେପିରେ ମିଶିବେ ଆଉ ୨ ବିଜେଡି ସାଂସଦ: ଅଶୋକ ମହାନ୍ତି

ଓଏଲ୍‌ ବ୍ୟୁରୋ: ବିଧାନସଭା ବନ୍ଦ ହେବାର ୨୪ ଘଣ୍ଟା ନପୂରୁଣୁ ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବର୍ତ୍ତମାନ ସଂସଦର ଶୀତ ଅଧିବେଶନ ଚାଲିଛି। ଏହି ସମୟରେ ବିସ୍ପୋରକ ବୟାନ ରଖିଛନ୍ତି ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି।

ଅଶୋକ ମହାନ୍ତି କହିଛନ୍ତି, ଖୁବଶୀଘ୍ର ବିଜେପିରେ ମିଶିବେ ୨ ବିଜେଡି ସାଂସଦ। ଜଣେ ବରିଷ୍ଠ ଓ ଜଣେ ଯୁବ ସାଂସଦ ଖୁବଶୀଘ୍ର ସାମିଲ ହେବେ ବୋଲି ସେ ଦାବି କରିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ କିଛିଦିନରେ ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ।

ଶ୍ରୀ ମହାନ୍ତିଙ୍କ ଦାବି ଏବେ ରାଜ୍ୟ ରାଜନୀତିର ପାରାକୁ ବଢ଼ାଇ ଦେଇଛି। ନିକଟରେ ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡ଼ି ବିଜେପି ଟିକେଟରେ ପୁଣିଥରେ ରାଜ୍ୟସଭା ସାଂସଦ ହୋଇଛନ୍ତି। ତେବେ ମମତା, ସୁଜିତଙ୍କ ପରେ କେଉଁ ଦୁଇ ସାଂସଦ ବିଜେପି ଯୋଗାଯୋଗରେ ଅଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି।

Leave A Reply

Your email address will not be published.