କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ, ଉଦ୍ଘାଟନ ହେଲା ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର

ଓଏଲ୍ ବ୍ୟୁରୋ: କ୍ରୀଡ଼ା କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ। ଦକ୍ଷ କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଭିତ୍ତିଭୂମି ହେଉଛି ମଜଭୁତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହୋଇଛି ବ୍ୟାଡ଼ମିଣ୍ଟନ ହାଇପରଫରର୍ମାନ୍ସ ସେଣ୍ଟର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତ ବ୍ୟାଡ଼ମିଣ୍ଟନ ସଂଘର ସଭାପତି ହିମନ୍ତ ବିଶ୍ୱଶର୍ମା ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ରହି ସମ୍ବୋଧିତ କରିଛନ୍ତି।