Odisha Link
Bridging the Missing Links in Odisha

ବିକ୍ରି ହୋଇପାରିବନି ବସୁନ୍ଧରା ଜମି, ନିୟମ ନମାନିଲେ ମିଳିବ କଡ଼ା ଦଣ୍ଡ

ଓଏଲ୍‌ ବ୍ୟୁରୋ: ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜାଗା ମିଳିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି।

ଲ୍ୟାଣ୍ଡ ସେଟେଲମେଣ୍ଟ ୧୯୬୨ ଅନୁଯାୟୀ, ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଜମି ଦିଆଯିବା ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବନାହିଁ ବୋଲି ସରକାରୀ ସ୍ତରରେ ସଂଶୋଧନ କରାଯାଇଛି। ୪ ଡିସିମିଲରୁ କମ୍‌ ଥିଲେ ସେମାନଙ୍କୁ ସମାନ ପରିମାଣର ଜମି ମିଳିବ। ମାତ୍ର ନିଜ ଜମିକୁ ସରକାରଙ୍କୁ ଫେରାଇବାକୁ ପଡ଼ିବ। ପ୍ଲଟ ବିକ୍ରି କରିବାକୁ ହେଲେ ବିଡିଏ ଠାରୁ ଅନୁମତି ଆଣି କରିହେବ। କିନ୍ତୁ କେତେ ପ୍ଲଟ୍ ବିକ୍ରି ହୋଇଛି ତା ରିପୋର୍ଟ ମାଗିଛୁ। ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Leave A Reply

Your email address will not be published.