Odisha Link
Bridging the Missing Links in Odisha

ଜେଲ୍‌ରୁ ମୁକୁଳିଲେ ଭବ ଦାସ

ଓଏଲ୍‌ ବ୍ୟୁରୋ: ୨୦ ଦିନ ପରେ ଜେଲ୍‌ରୁ ମୁକୁଳିଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ। ଯାଜପୁର ଥାନା ଘେରାଉ, ବିରଜା ହାଟରେ ରାସ୍ତାରୋକ ଘଟଣାରେ ଭବପ୍ରସାଦ ଦାସ ଗିରଫ ହୋଇଥିଲେ। ଭବପ୍ରସାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାଜପୁର ଜିଲ୍ଲା ଜଜ୍।

ସୂଚନା ଅନୁସାରେ, ଯାଜପୁର ଥାନା ଘେରାଉ, ବିରଜା ହାଟରେ ରାସ୍ତାରୋକ ଘଟଣାରେ ଭବପ୍ରସାଦ ଦାସ ଗିରଫ ହୋଇଥିଲେ। ଭବପ୍ରସାଦ ଗତ ମାସ ୨୩ରୁ ଗିରଫ ହୋଇ ଜେଲ୍ ହାଜତରେ ଥିଲେ। ପୂର୍ବରୁ ରାସ୍ତାରୋକ ଓ ଥାନା ଘେରାଉ ଘଟଣାରେ ‌ଜାମିନ ମିଳିଥିଲା। ବିରଜା ହାଟରେ ଅନୁସୂଚିତ ଜାତି ମହିଳାଙ୍କୁ ଅସଦାଚରଣ ଅଭିଯୋଗ‌ରେ ଛନ୍ଦି ହୋଇଥିଲେ।

Leave A Reply

Your email address will not be published.