ଭୂମିହୀନଙ୍କୁ ମିଳିବ ଜାଗା, ବଡ଼ ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜାଗା ମିଳିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି।
ଲ୍ୟାଣ୍ଡ ସେଟେଲମେଣ୍ଟ ୧୯୬୨ ଅନୁଯାୟୀ, ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଜମି ଦିଆଯିବା ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବନାହିଁ ବୋଲି ସରକାରୀ ସ୍ତରରେ ସଂଶୋଧନ କରାଯାଇଛି।