Odisha Link
Bridging the Missing Links in Odisha

ପଠାଣି ସାମନ୍ତଙ୍କ ଜୟନ୍ତୀ ଅବସରରେ ବଡ଼ ଘୋଷଣା, ଏହି ସ୍ଥାନରେ ହେବ ପ୍ଲାନେଟରିୟମ

ଓଏଲ୍‌ ବ୍ୟୁରୋ: ଆଜି ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ପ୍ଲାନେଟରିୟମ ହେବ। ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରେନୋମି ସେଣ୍ଟର ମଧ୍ୟ ହେବ। ଏହା ସହ ରାଜ୍ୟରେ ତିଆରି ହେବ ଗଣିତ ବିଶ୍ଵ ବିଦ୍ୟାଳୟ। ପୂର୍ବରୁ ସାଇନ୍ସ ପାର୍କ ନିର୍ମାଣ ପାଇଁ ଘୋଷଣା ହୋଇଛି। ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରେନୋମି ସେଣ୍ଟର ନିର୍ମାଣ ପାଇଁ ଯାହା ଖର୍ଚ୍ଚ ହେବ, ସରକାର ବହନ କରିବେ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି।

Leave A Reply

Your email address will not be published.