Odisha Link
Bridging the Missing Links in Odisha

ଚକୁଳେଶ୍ୱର ମା’ ସରସ୍ୱତୀ କୋଚିଂ ସେଣ୍ଟର-୨୦୧୦ ଦଶମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଦୀର୍ଘ ୧୪ ବର୍ଷ ପରେ ଉଜ୍ଜିବୀତ ହେଲା ଛାତ୍ରଛାତ୍ରୀଙ୍କ ଅପସରା ସ୍ମୃତି

ଓଏଲ୍‌ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ନିସ୍ତିପୁର ଅରାଚଣ୍ଡୀ ମନ୍ଦିରର ମନରୋମ ପରିସରରେ ଚକୁଳେଶ୍ୱର ମା’ ସରସ୍ୱତୀ କୋଚିଂ ସେଣ୍ଟର ୨୦୦୯-୧୦ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ସମାରୋହ ଗତ ରବିବାର ବହୁ ଉତ୍ସାହ ଏବଂ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି।

ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ବନ୍ଧୁମିଳନ ସମାରୋହରେ ଉକ୍ତ କୋଚିଂ ସେଣ୍ଟର ଶିକ୍ଷକ କ୍ଷୀରୋଦ ସ୍ୱାଇଁ, ପ୍ରଦୀପ ବେହେରାଙ୍କ ସପରିବାର ଯୋଗଦେଇଥିଲେ। ସେମାନେ କୋଚିଂ ସେଣ୍ଟରର ଇତିହାସ, ଅତୀତର ସ୍ମୃତିଚାରଣ ତଥା ନିଜର ଅନୁଭୂତି ବାଣ୍ଟିଥିଲେ। ୨୦୦୨ରେ ଆନୁଷ୍ଠାନିକ ଭାବେ ମାତ୍ର ଦୁଇ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କୋଚିଂ ସେଣ୍ଟର ଏବେ ଦୁଇଶହ ଛାତ୍ରଛାତ୍ରୀରେ ପହଞ୍ଚି ବଟ୍ଟବୃକ୍ଷର ରୂପ ନେଇଛି। ଏହା କେବଳ ଦୁଇ ଜଣ ସାର ଓ ଦିଦିଙ୍କ ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇପାରିଛି ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟବ୍ୟସ୍ତତା ଯୋଗୁଁ ସମାରୋହରେ ସାମିଲ ହୋଇପାରିନଥିବା ସୁରେଖା ସ୍ୱାଇଁଙ୍କ ବଳିଷ୍ଠ ଭୂମିକାକୁ ଛାତ୍ରଛାତ୍ରୀମାନେ ମନେ ପକାଇଥିଲେ।

ଉକ୍ତ କୋଚିଂର ପୁରାତନ ଛାତ୍ର ସତ୍ୟଜିତ୍ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ମାନସ, ଅଜିତ, ଲାଲୁ, ଝରି, ଦିଲ୍ଲୀପ, ଅର୍ଚ୍ଚନା ନିଜର ଅନୁଭୂତି ପ୍ରକାଶ କରିଥିଲେ। ଦିବଙ୍ଗତ ବନ୍ଧୁ ଲଲୁଙ୍କ ସ୍ମରଣାର୍ଥେ ଦୁଇ ମିନିଟ ନୀରବ ପ୍ରାର୍ଥନା ହୋଇଥିଲା। ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇ ସହଯୋଗରେ ରହିବେ ବୋଲି ସହମତି ପ୍ରକାଶ କରିଥିଲେ। ଉପସ୍ଥିତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉପହାର ପ୍ରଦାନ କରାଯାଇଥିଲା।

ଗୁମା, ନଗେଶ, ଦିଲ୍ଲୀପ, ସିଦ୍ଧେଶ୍ୱର, ବ୍ରଜକିଶୋର, ବେଣୁଧର, ମୋତି, ନିରଞ୍ଜନ, ସିପୁନା, ଘଡେଇ, ରୋଜି, କାବେରି, କମି, କାଳିଆ, ଗଙ୍ଗା, ଇପସିତା, ଲିଟୁ, ପ୍ରଦୀପ, ବିକେଶ, ବୁଲା, ପୁଜାଞ୍ଜଳି, ଅନନ୍ତ, ବିଶ୍ୱଜିତ, ଉପେନ୍ଦ୍ର, ରୋନିତା, ସୋରଜ, ଶୁକ, ଶୁଭ, ସୋନାଲି, ସୁବ୍ରତ, ପ୍ରବାସିନୀ, ତାପସ ସମେତ ଶତାଧିକ ଛାତ୍ରଛାତ୍ରୀମାନଙ୍କ ସପରିବାର ବନ୍ଧୁମିଳନରେ ଯୋଗଦେଇ ଏହାକୁ ସଫଳ କରିଥିଲେ। ଶେଷରେ ରାଜେଶ କୁମାର ବେଉରା ଆଗାମୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.