Odisha Link
Bridging the Missing Links in Odisha

ବଡ଼ ଖବର: କେବଳ ଉଚ୍ଚଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା କରିବ ଏନ୍‌ଟିଏ!

ଓଏଲ୍‌ ବ୍ୟୁରୋ: ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି। ବାକି ପ୍ରତି ଯୋଗିତା ମୂଳକ ପରୀକ୍ଷା ଆଉ ଏଥିରେ ସଂପୃକ୍ତ ରହିବ ନାହିଁ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ, ଏଣିକି ଆଉ ଏହି ସବୁ ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ ନ ହୋଇ ପେନ୍ ଓ ପେପରରେ ହେବ। ଯାହାକୁ ନେଇ ଏବେ ଛାତ୍ରଛାତ୍ରୀ ମଧ୍ୟ ଆଶା ଆଶଙ୍କାରେ ରହିଛନ୍ତି। ସେହିଭଳି ନିଟ ୟୁଜି ପିଜି ପ୍ରବେଶିକା ପରୀକ୍ଷା ମଧ୍ୟ ପେନ୍ ଓ ପେପରରେ କିମ୍ବା ଅନଲାଇନ ମାଧ୍ୟମରେ ହେବ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶିକ୍ଷା ପାଇଁ ବଜେଟ ପ୍ରାବଧାନରେ ବହୁ ଗୁଣ ବଢ଼ିଛି। ୧୦ ବର୍ଷରେ ୮ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସ୍କୁଲର ସ୍ବଚ୍ଛତା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୦ ବର୍ଷରେ ୮ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଶିକ୍ଷା ପାଇଁ ବଜେଟ ପ୍ରାବଧାନରେ ବହୁ ଗୁଣ ବଢ଼ିଛି। ଦଶମ ଓ ଦ୍ବାଦଶ ଶ୍ରେଣୀର ପାସ୍ ହାର ବଢ଼ିଛି। ବିଦ୍ୟାଳୟରେ ୩୦ ପ୍ରତିଶତ ମହିଳା ଶିକ୍ଷକଙ୍କ ସଂଖ୍ୟା ବଢ଼ିଛି। ଦେଶରେ କଲେଜ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ହୋଇଛି। ୮ଟି IIM, ଗୋଟିଏ NIT, ୧୬ଟି IIIT ପ୍ରତିଷ୍ଠା ହୋଇଛି। ୩୨ ରାଜ୍ୟରେ ବିଦ୍ୟା ସମୀକ୍ଷା କାର୍ଯ୍ୟକ୍ରମ ଚାଲିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave A Reply

Your email address will not be published.