ମହାଠକେଇର ମାୟାଜାଲ: ରିମାଣ୍ଡରେ ଗଲେ ହଂସିତା
ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ଆଜି ହଂସିତାଙ୍କୁ ରିମାଣ୍ଡରେ ନେବା ସମୟରେ ସେ କାନ୍ଦିଛନ୍ତି। କାନ୍ଦି କାନ୍ଦି କହିଛନ୍ତି, ମତେ ଫସାଇ ଦିଆଯାଇଛି। ବଣ୍ଟି-ବବଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ। ରିମାଣ୍ଡରେ ନେବା ପୂର୍ବରୁ ଦୁହିଁଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଆଉ କ୍ୟାପିଟାଲ ହସ୍ପିଟାଲରୁ ଯିବା ସମୟରେ ହଂସିତା କାନ୍ଦି ପକାଇଛନ୍ତି।
ଅନ୍ୟପଟେ ଅନିଲ କହିଛନ୍ତି, ଆମେ କିଛି ଜାଣିନାହୁଁ। ଯେଉଁମାନେ ଆମ ବିରୋଧରେ କେସ୍ କରିଛନ୍ତି, ସେମାନଙ୍କୁ ବି ଆମେ ଚିହ୍ନିନୁ। ତଦନ୍ତ ହେଲେ ସବୁ ପଦାକୁ ଆସିବ। ଦିନିକିଆ ରିମାଣ୍ଡ ନେଇ ହଂସିତା ଓ ଅନୀଲଙ୍କୁ ଜେରା କରୁଚି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଠକେଇ ସିଣ୍ଡିକେଟ ନେଇ ଅଧିକ ଖୋଳତାଡ଼ କରୁଛି। ପୂର୍ବରୁ ଜବତ ଡିଜିଟାଲ ଡିଭାଇସ ଗୁଡିକୁ ଷ୍ଟେଟ୍ ଫରେନସିକ ଲ୍ୟାବକୁ ପଠାଯାଇଛି।
ସୂଚନା ଅନୁସାରେ, ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଏକକାଳୀନ ୧୨ଟି ସ୍ଥାନରେ ରେଡ କରିଥିଲା ଆୟକର ବିଭାଗ। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସନରେ ଖୋଳତାଡ଼ କରିଛି। ମହାଠକେଇର ମାୟାଜାଲର ଚେର ନର୍ଲାରୁ ଦିଲ୍ଲୀ ଭାୟା ଭୁବନେଶ୍ବର ଦେଇ ଲମ୍ବିଥିଲା। ହେଲେ ନଗଦ ଦାମୀ ଗାଡ଼ି କିଣି ଅକଳରେ ପଡ଼ିଯାଇଥିଲେ ହଂସିକା।
ଜନ୍ମଦିନରେ ବିନା ଲୋନରେ ପୋର୍ସେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ରାଜଧାନୀର ଛାତି ଉପରେ ଅତି ଚତୁରତାର ସହ ଦୀର୍ଘ ଦିନ ହେଲା ରାକେଟ ଚଳାଇଥିବା ବଣ୍ଟି- ବବଲି ଯୋଡ଼ିଙ୍କୁ ବାନ୍ଧି ସାରିଛି ପୁଲିସ।
ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍ ଆପାର୍ଟମେଣ୍ଟରେ ରହୁଥିଲେ। ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ ମହାଲୁଟ୍। ଏବେ ଏହାର ଖୋଳତାଡ଼ କରୁଛି ପୁୁଲିସ।