Odisha Link
Bridging the Missing Links in Odisha

ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣା: ଆଖି ବୁଜିଲେ ୪ ଓଡ଼ିଆ

ଓଏଲ୍‌ ବ୍ୟୁରୋ: ତେଲେଙ୍ଗାନାରେ ବଡ଼ ଅଘଟଣ। ବସ୍‌ ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ନୂଆପଡ଼ା ସିନାପାଲିରୁ ୩୨ ଜଣଙ୍କୁ ନେଇ ହାଇଦ୍ରାବାଦ ଯାଉଥିଲା ବସ୍‌। ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା ବସ୍‌। କିଛି ସମୟ ମଧ୍ୟରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.