Odisha Link
Bridging the Missing Links in Odisha

ପ୍ରବାସୀ ଭାରତୀୟ ସମ୍ମିଳନୀ ବୁଲିପାରିବେ ସାଧାରଣ ଜନତା: ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଠ ବ୍ୟକ୍ତିଙ୍କ ଗସ୍ତ ପାଇଁ ଜନତା ମୈଦାନରେ କଡା ସୁରକ୍ଷା ବ୍ୟବସ୍ତା କରାଯାଇଥିଲା। ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ନିଷେଧ ଥିଲା। କେବଳ ଅନୁମତି ମିଳିଥିବା ଲୋକ ପବେଶ କରିପାରୁଥିଲେ। ତେବେ ଏସବୁ ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ପ୍ରବାସୀ ଭାରତୀୟ ସମ୍ମିଳନୀ ଷ୍ଟଲ ବୁଲିପାରିବେ ସାଧାରଣ ଲୋକ। ଆଜି ସନ୍ଧ୍ୟାରୁ ୧୨ ତାରିଖ ସନ୍ଧ୍ୟା ଯାଏ ବୁଲିପାରିବେ ସାଧାରଣ ଲୋକ। ବିଭିନ୍ନ ଗ୍ୟାଲେରିର ଷ୍ଟଲ ବୁଲି ଦେଖି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.