ଆଜି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ, ଉତ୍ସବରେ ଯୋଗ ଦେବେ ମହାମହିମ

ଓଏଲ୍ ବ୍ୟୁରୋ: ଆଜି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ। ଉଦଯାପନୀ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି। ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ୨୭ ଜଣଙ୍କୁ ମିଳିବ ‘ପ୍ରବାସୀ ଭାରତୀୟ ସମ୍ମାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜଣଙ୍କୁ ପୁରସ୍କୃତ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ସମାପନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ।