୪ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ
ଓଏଲ୍ ବ୍ୟୁରୋ: ଜାନୁୟାରୀ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ୪ ଦିନ କାମ ସ୍ଥଗିତ ରହିବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଛି। ୧୬ରୁ ପୁନର୍ବାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ପ୍ରକାଶଯୋଗ୍ୟ, ଗତ ୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସ୍ଆଇ ଟିମ୍ଙ୍କ ତତ୍ତ୍ୱାବଧାନରେ କୁଶଳୀ କାରିଗରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।
ରତ୍ନଭଣ୍ଡାର ଭିତର ପାଶ୍ୱର୍ ମରାମତି ଓ ସଂରକ୍ଷଣ ସରିବା ପରେ ଏହାର ବାହାର ପାଶ୍ୱର୍ ଚୂଡ଼ା ଛଡ଼ା ଯାଇ ମରାମତି ଓ ସଂରକ୍ଷଣ କାମ କରାଯିବ। ଜିପିଆର ସର୍ଭେ ଓ ଲେଜର ସ୍କାନିଂ ରିପୋର୍ଟକୁ ଆଧାର କରି ଏହି ମରାମତି ହେଉଛି ବୋଲି ସୂଚନାରୁ ଜଣାପଡ଼ିଛି।